Wednesday 20 March 2013

ଆମ ଭୋଜନ- ସଂସ୍କୃତି



ଏ କଥା ସତ ଯେ ଆମର ଭୋଜନ-ସଂସ୍କୃତିରେ ମହା ଭାରତୀୟ ଭୋଜନ-ସଂସ୍କୃତି ଓ ଆନ୍ତର୍ଜାତିକ ଭୋଜନ-ସଂସ୍କୃତି ମିଶି ଗଲାଣି| ଏହା କିଛି ଖରାପ କଥା ନୁହେଁ| ବରଂ ଭଲ| କିନ୍ତୁ ଦୁଃଖ ର କଥା ହେଲା ଆଧୁନିକ ଶିକ୍ଷିତ ଓଡିଆ ଓଡିଆଣିମାନେ ସେମାନଂକ ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ କ୍ରମଶଃ ଭୁଲି ଗଲେଣି| ସେମାନଂକ ରନ୍ଧନଶାଳାରେ ଆଉ କାକରା, ଚିତଉ, ମଣ୍ଡା, ପୋଡପିଠା ପ୍ରସ୍ତୁତ ହେଉ ନାହିଁ କି ଶାକର, ଆମ୍ବିଳ, ବେଶର, ମହୁର ରାଇତା ରନ୍ଧା ହେଉ ନାହିଁ| କାଂଜି ଆଉ କେହି ଖାଉ ନାହାନ୍ତି| ଅମାଲୁ, ମାଲପୁଆ କି ପଦାର୍ଥ ତାହା ଓଡିଆ ଓଡିଆଣି  ମାନେ କହି ପାରିବେ ନାହିଁ| ବର୍ତ୍ତମାନ ଆଧୁନିକ ଓଡିଆ ଓଡିଆଣିମାନେ  ଆଧୁନିକ ରେସ୍ତୋରାଂ ରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି| ସେମାନେ ଦକ୍ଷିଣୀ ରେସ୍ତୋରାଂ ରେ ବରଂ ଇଡଲୀ ଦୋଷା ଖାଇବେ କିନ୍ତୁ ଆମର ଏଂଡୁରୀ, ସରୁ ଚକୁଳି ତାଂକୁ ଗନ୍ଧାଇବ| ଆମ ଓଡିଆ ହୋଟେଲ୍ ରେସ୍ତୋରାଂରେ ବି ଆମର ପିଠା ପଣା ବା ତୁଣ ତରକାରୀ ଖାଇବାକୁ ମିଳିବ ନାହିଁ| ଫଳରେ ଆମ ଓଡିଆଂକ ପାରମ୍ପରିକ ଭୋଜନ ସଂସ୍କୃତି ଲୋପ ପାଇଆସୁଛି|



ଏହା କିନ୍ତୁ ଆଦୌ ଭଲ ଲକ୍ଷଣ ନୁହେଁ| ଭାରତବର୍ଷର ବା ପୃଥିବୀର କେଉଁ ଜାତି ନିଜର ସାଂସ୍କୃତିକ ସ୍ବତନ୍ତ୍ରତା ହରାଇ ନାହାନ୍ତି| ସଂସ୍କୃତି ର ବିଭିନ୍ନ ବିଭାବ ଭଳି ଖାଦ୍ୟ ରେ ମଧ୍ୟ ଖୁବ୍ ଉଦାର ଓ ଗ୍ରହଣଶୀଳ ହେବା ଉଚିତ୍| କିନ୍ତୁ ଏହା ବୋଲି ଆମେ ଆମର ସ୍ବତନ୍ତ୍ରତା ହରାଇ ବସିବୁ କାହିଁକି? ଏହା ଘୋର ହୀନମନ୍ୟତା ଓ ଦୀନମନ୍ୟତା ମଧ୍ୟ| ଯେଉଁ ଜାତିର ସାଂସ୍କୃତିକ ସ୍ବତନ୍ତ୍ରତା ନାହିଁ ସେହି ଜାତିର ଆତ୍ମ ପରିଚୟ ମଧ୍ୟ ନାହିଁ| ଆତ୍ମ ମର୍ଯାଦା କାହୁଁ ଆସିବ?

No comments:

Post a Comment