ଏ କଥା ସତ ଯେ ଆମର ଭୋଜନ-ସଂସ୍କୃତିରେ
ମହା ଭାରତୀୟ ଭୋଜନ-ସଂସ୍କୃତି
ଓ ଆନ୍ତର୍ଜାତିକ ଭୋଜନ-ସଂସ୍କୃତି
ମିଶି ଗଲାଣି| ଏହା କିଛି ଖରାପ
କଥା ନୁହେଁ| ବରଂ ଭଲ| କିନ୍ତୁ
ଦୁଃଖ ର କଥା ହେଲା ଆଧୁନିକ
ଶିକ୍ଷିତ ଓଡିଆ ଓଡିଆଣିମାନେ
ସେମାନଂକ ପାରମ୍ପରିକ ଖାଦ୍ୟ
ସଂସ୍କୃତିକୁ କ୍ରମଶଃ ଭୁଲି
ଗଲେଣି| ସେମାନଂକ ରନ୍ଧନଶାଳାରେ
ଆଉ କାକରା, ଚିତଉ, ମଣ୍ଡା, ପୋଡପିଠା
ପ୍ରସ୍ତୁତ ହେଉ ନାହିଁ କି
ଶାକର, ଆମ୍ବିଳ, ବେଶର, ମହୁର
ରାଇତା ରନ୍ଧା ହେଉ ନାହିଁ|
କାଂଜି ଆଉ କେହି ଖାଉ ନାହାନ୍ତି|
ଅମାଲୁ, ମାଲପୁଆ କି ପଦାର୍ଥ
ତାହା ଓଡିଆ ଓଡିଆଣି ମାନେ
କହି ପାରିବେ ନାହିଁ| ବର୍ତ୍ତମାନ
ଆଧୁନିକ ଓଡିଆ ଓଡିଆଣିମାନେ
ଆଧୁନିକ ରେସ୍ତୋରାଂ ରେ
ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି|
ସେମାନେ ଦକ୍ଷିଣୀ ରେସ୍ତୋରାଂ
ରେ ବରଂ ଇଡଲୀ ଦୋଷା ଖାଇବେ
କିନ୍ତୁ ଆମର ଏଂଡୁରୀ, ସରୁ
ଚକୁଳି ତାଂକୁ ଗନ୍ଧାଇବ|
ଆମ ଓଡିଆ ହୋଟେଲ୍ ରେସ୍ତୋରାଂରେ
ବି ଆମର ପିଠା ପଣା ବା ତୁଣ
ତରକାରୀ ଖାଇବାକୁ ମିଳିବ
ନାହିଁ| ଫଳରେ ଆମ ଓଡିଆଂକ
ପାରମ୍ପରିକ ଭୋଜନ ସଂସ୍କୃତି
ଲୋପ ପାଇଆସୁଛି|
ଏହା କିନ୍ତୁ
ଆଦୌ ଭଲ ଲକ୍ଷଣ ନୁହେଁ| ଭାରତବର୍ଷର
ବା ପୃଥିବୀର କେଉଁ ଜାତି
ନିଜର ସାଂସ୍କୃତିକ ସ୍ବତନ୍ତ୍ରତା
ହରାଇ ନାହାନ୍ତି| ସଂସ୍କୃତି
ର ବିଭିନ୍ନ ବିଭାବ ଭଳି ଖାଦ୍ୟ
ରେ ମଧ୍ୟ ଖୁବ୍ ଉଦାର ଓ ଗ୍ରହଣଶୀଳ
ହେବା ଉଚିତ୍| କିନ୍ତୁ ଏହା
ବୋଲି ଆମେ ଆମର ସ୍ବତନ୍ତ୍ରତା
ହରାଇ ବସିବୁ କାହିଁକି? ଏହା
ଘୋର ହୀନମନ୍ୟତା ଓ ଦୀନମନ୍ୟତା
ମଧ୍ୟ| ଯେଉଁ ଜାତିର ସାଂସ୍କୃତିକ
ସ୍ବତନ୍ତ୍ରତା ନାହିଁ ସେହି
ଜାତିର ଆତ୍ମ ପରିଚୟ ମଧ୍ୟ
ନାହିଁ| ଆତ୍ମ ମର୍ଯାଦା କାହୁଁ
ଆସିବ?
No comments:
Post a Comment